କୋଡ଼ିଙ୍ଗା ରେ ଜନଜାତି ଗୌରବ ଦିବସ ଉପଲକ୍ଷେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜନ୍ମତିଥି ପାଳନ ଅବସରରେ ବିଭିନ୍ନ ମଙ୍ଗଳ ବିଭାଗ ବିଦ୍ୟାଳୟର ଜନଜାତି ଗୌରବ ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଥମ ସ୍ଥାନ ପାଇଥିବା କୃତି ଛାତ୍ରୀ ଛାତ୍ର ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏଣୁ କୋଷାଗୁମୁଡ଼ା ବ୍ଲକ ଅଧିନ କୋଡିଙ୍ଗା ଏସ ଏସ ଡି ସରକାରୀ ହାଇସ୍କୁଲ ଠାରେ ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ, ସଙ୍ଗୀତ, ବକ୍ତୃତା, ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।