ବାଙ୍ଗିରିପୋଷି: ମଝିଗାଁ ଗ୍ରାମରେ ବଜ୍ରପାତରେ ଚାରି ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଚାଷୀ
ବାଙ୍ଗିରିପୋଷି ମଝି ଗାଁ ଗ୍ରାମ ନିକଟସ୍ଥ ବିଲ ହିଡ ରେ ଚରୁ ଥିବା ଚାରିଟି ଅଣ୍ଡିରା ଛେଳି ଉପରେ ବଜ୍ରପାତ ହେବା ରୁ ଘଟଣା ସ୍ଥଳରେ ଚାରୋଟି ଛେଳି ମୃତ ହୋଇଛି। ଯାହା ର ଅନୁମାନିକ ମୁଲ୍ଯ ୪୦ ହଜାର ରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଚାଷୀ ଭାସ୍କର ଚନ୍ଦ୍ର ନାଏକ ଓ ଅଞ୍ଜନା ନାଏକ ଛେଳି ଚରାଉ ଥିବା ବେଳେ ଆଜି ଦିବା 4 ଘଟିକା ସମୟରେ ଘଟିଥିଲା ବଜ୍ରପାତ। ଏଥିରେ ଚାଷୀ ଅଞ୍ଜନା ନାଏକ ମଧ୍ୟ ଆହତ ହୋଇ ଅଳ୍ପକେ ବର୍ତିଯାଇଛନ୍ତି ।