କେନ୍ଦୁଝର ସହର: ଗୁଣ୍ଡୁଣିଆଁ ଠାରେ ବିଜେପିର କାର୍ଯ୍ୟକର୍ତ୍ତା ଓ ମିଶ୍ରଣ ପର୍ବ ଅନୁଷ୍ଠିତ, ଯୋଗଦେଲେ ପୂର୍ବତନ ସାଂସଦ ଅନନ୍ତ ନାୟକ
କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ତଥା ଉଖୁଣ୍ଡା ମଣ୍ତଳ ଅନ୍ତର୍ଗତ ଗୁଣ୍ଡୁଣିଆଁ ଓ ଚଉଠିଆ ଠାରେ ଆଜି ଅପରାହ୍ନରେ ବିଜେପି ପକ୍ଷରୁ ଉଖୁଣ୍ଡା ମଣ୍ଡଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୂର୍ବତନ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ କିପରି ମଜବୁତ କରିଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା।