ଲୋଇସିଂହା: ମହିମୁଣ୍ଡା ଗ୍ରାମରେ ବିଷପିଇ ଜଣେ ବ୍ୟକ୍ତି ଗୁରୁତର ମେଡିକାଲରେ ଭର୍ତ୍ତି ପୋଲିସ ତଦନ୍ତ ଜାରି
ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତମହିମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତି ବିଷ ପାନ କରି ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ୍ ଓ ହସ୍ପିଟାଲକୁ ରେ ଆଜି ରାତି 9 ସମୟରେ ଭର୍ତ୍ତି କରାଯାଇଛି। ବ୍ୟକ୍ତି ଜଣକ ପାଣ୍ଡବ ବିଶ୍ୱାଳ ବୋଲି ଜଣା ପଡିଛି ପରିବାରସ୍ତରରୁ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ, ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଡାକ୍ତରଙ୍କ କହିବା ଅନୁଯାୟୀ ବ୍ୟକ୍ତି ଙ୍କ ସ୍ୱାସ୍ଥ୍ୟରେ ସ୍ଥିରତା ଆଣିବାକୁ ସମସ୍ତ ପ୍ରୟାସ ଜାରି ରହିଛି