ଲାଞ୍ଜିଗଡ: ଥୁଆମୁଳ ରାମପୁର ଗସ୍ତ କରି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ସମିତି ସଭାଗୃହ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଲେ ସହକାରୀ କାର୍ଯ୍ୟ ନିର୍ବ
ଗୁରୁବାର ଥୁଆମୁଳ ରାମପୁର ବ୍ଲକ୍ କୁ ଦିନିକିଆ ଗସ୍ତରେ ଆସି ଥିଲେ ଜିଲ୍ଲା ପରିଷଦର ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ। ସହକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଭିନ୍ନ ପଞ୍ଚାୟତ ଅଞ୍ଚଳ ଗସ୍ତ କରି ସମସ୍ତ ଯୋଜନାର ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଏହାପରେ ଅପରାହ୍ନରେ ସମିତି ସଭାଗୃହ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଲେ। ବିଭିନ୍ନ ଯୋଜନାର ସମୀକ୍ଷା କରି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।