ବରଗଡ: କଳାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କଲେ ବିଧାୟକ,ଶୁଣନ୍ତୁ ତାଙ୍କ ପ୍ରତିକ୍ରିୟା
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ପେଡ ମାଁ କେ ନାମ୍ ୨.୦’ ଅଭିଯାନ ଅନ୍ତର୍ଗତ କଳାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହିତ ମିଶି ବୃକ୍ଷ ରୋପଣ କଲେ ବିଧାୟକ | ମଙ୍ଗଳବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ କଳାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରଗଡ଼ ବିଧାୟକଙ୍କ ଉପସ୍ଥିତିରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ପରିବେଶକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଗୋଟିଏ ବୃକ୍ଷ ମା ପାଇଁ ବାର୍ତ୍ତା ନେଇ ବୃକ୍ଷ ରୋପଣ କରାଯାଇଥିଲା ।