ଅନୁଗୁଳ ସହର ଶିକ୍ଷକପଡା ନିକଟରେ ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଥିବା ବେଳେ ଗୁଳି ମାଡରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେକେ ଖବର ପାଇ ଅନୁଗୁଳ ଟାଉନ ଥାନା ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଭବାନୀ ଶଙ୍କର ପ୍ରଧାନ ଓ ତାଙ୍କ ଜଣେ ବନ୍ଧୁ ବିଶ୍ଵଜିତ ମିତ୍ର ଶିକ୍ଷାକପଡାସ୍ଥିତ ଇକୋ ପାର୍କ ସମ୍ମୁଖରେ ଛିଡା ହୋଇଥିବା ବେଳେ ଏକ ବୁଲେଟ ମୋଟରସାଇକେଲରେ ହଠାତ ତିନି ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚିବା ସହ ଜଣେ ଏକ ବନ୍ଧୁକରୁ ଭବାନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳି ଭବାନୀଙ୍କ ପେଟରେ ବାଜିଥିଲା । ଏହି ସମୟରେ ଅ