ବଡ଼କୁମୁଲି ଗାଁରେ ମୃତ ଡ୍ରାଇଭର ଭାଇଙ୍କ ପରିବାର କୁ ସହାୟତା ର ହାତ ବଢ଼େଇଲା ଡ୍ରାଇଭର ମହାସଂଘ ଓଡିଶା ଡ୍ରାଇଭର ମହାସଂଘ ଏବଂ ନବରଙ୍ଗପୁର ଡ୍ରାଇଭର ମହାସଂଘ ସୃଷ୍ଟି କଲେ ଭାଇଚାରାର ଉଦାହରଣ , ନିଜ ସଂଘ ସଦସ୍ୟଙ୍କ ମୃତ୍ୟୁ ପରେ ପରିବାରଙ୍କୁ କଲେ ଆର୍ଥିକ ସହାୟତା । ନବରଙ୍ଗପୁର ବ୍ଲକ ବଡ଼କୁମୁଲି ପଞ୍ଚାୟତର ଭାଗବାମନ ଗନ୍ତାୟତ ଡ୍ରାଇଭରଙ୍କ ଅକାଳ ବିୟୋଗ ଘଟିଥିଲା । ଏହି ଦୁଃଖ ସମୟରେ ପରିବାର ପାଇଁ ସହାୟତାର ହାତ ବଢ଼ାଇ ଭାଇଚାରାର ଉଦାହରଣ ସୃଷ୍ଟି କରିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ଏବଂ ନବରଙ୍ଗପୁର ଡ୍ରାଇଭର ମହାସଂଘ ନବରଙ୍ଗପୁର ସଦରର ସଦସ୍ୟ ମାନେ ।