ଆନନ୍ଦପୁର: ଠୂଣିଗାଁ ନିକଟରେ ପିକଅପ ଭ୍ୟାନ ଓଲଟି ୫ ଗୁରୁତର
ଛେନାପଦି - ବଉଳା ରାସ୍ତାର ଠୁଣିଗାଁ ନିକଟରେ ପିକଅପ ଭ୍ୟାନ ଓଲଟି ପାଞ୍ଚ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନାରୁ ଜଣା ଯାଇଛି ଯେ ଶାସଙ୍ଗ ଗାଁ ନିକଟରେ ମେଗା ୱାଟର ପ୍ରୋଜେକ୍ଟ କାମ ଚାଲିଥିବା ବେଳେ ବିଦ୍ୟାଧରପୁର ଖଣି ବଜାରର ଶ୍ରମିକମାନେ ସେଠାରେ କାମ କରୁଥିଲେ। କାମ ସାରି ସନ୍ଧ୍ୟା 6ଟାରେ ପିକଅପ ଭ୍ୟାନ ଯୋଗେ ଘରକୁ ଫେରୁବା ବେଳେ ଠୂଣିଗାଁ ନିକଟରେ ଭ୍ୟାନଟି ଓଲଟି ପଡିଥିଲା। ଏଥିରେ ଥିବା ଶ୍ରମିକ ମାନଙ୍କ ମଧ୍ୟରୁ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି।