ଦେବଗଡ ବନଖଣ୍ଡ ଅଧିନରେ ବନବିଭାଗ ପକ୍ଷରୁ ଜିପିଏସ ଦ୍ୱାରା ଟ୍ରାକିଂରେ ଥିବା ଦନ୍ତା ହାତୀ ଗଜେନ୍ଦ୍ର ଉପଦ୍ରବ କରୁଥିବା ଜଣାପଡିଛି । ରିଆମାଳ ବନାଂଚଳ ବେଲମୁଣ୍ଡା ଗ୍ରାମ ନିକଟରେ ଆଜି ଉପଦ୍ରବ ଜାରି ରଖିଛି । ଆଜି ରାତି ୯ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ଦିନ ତମାମ ଉକ୍ତ ଅଂଚଳରେ ଗଜେନ୍ଦ୍ର ଉପଦ୍ରବ କରିଥିବା ବେଳେ ରାତିରେ ମଧ୍ୟ ଉକ୍ତ ଅଂଚଳରେ ରହିଥିବା ଜଣାପଡିଛି । ଦନ୍ତା ହାତୀ ଗଜେନ୍ଦ୍ରର ଉପଦ୍ରବ ଯୋଗୁଁ ସେହି ଅଂଚଳରେ ଧାନ ଫସଲ ନଷ୍ଟ ହେଉଥିବା ଜଣାପଡିଛି ।