କଟକ ପୌରାଞ୍ଚଳ: କେନ୍ଦୁପାଟଣା ରୀଶୋ ଗ୍ରାମରେ ଗ୍ୟାସ ଲିକ୍ ଯୋଗୁଁ ଘରେ ଲାଗିଲା ନିଆଁ, ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କଲା
କଟକ ଜିଲ୍ଲା କେନ୍ଦୁପାଟଣା ପଞ୍ଚାୟତ ରୀଶୋ ଗ୍ରାମରେ ଗ୍ୟାସ ଲିକ୍ ଯୋଗୁଁ ଘରେ ନିଆଁ ଲାଗିଛି। ଜଣେ ବିଧବା ମହିଳାଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଲିକ୍ ହୋଇ ପ୍ରଥମେ ନିଆଁ ବ୍ୟାପିଥିଲା ଏବଂ ପରେ ଦୁଇ ବଖରା ଚାଳ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ମଙ୍ଗଳବାର ଦିନ ୨ ଟା ସମୟରେ ଏହି ଘଟଣା ଘଟିଥିଲା। ଖବର ପାଇ ଘଟଣାସ୍ଥଳରେ ସାଲେପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।