ଦେବଗଡ: ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବା ଦାବିରେ ୨୬ ଦିନରେ ପହଂଚିଲା ଯୁବ ସମାଜସେବୀଙ୍କ ଧାରଣା
ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନୂତନ କୋଠାକୁ ସ୍ଥାନାନ୍ତର ପରେ ପୁରୁଣା ଡାକ୍ତରଖାନାରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି ହୋଇଛି । ଉକ୍ତ ଦାବି ନେଇ ପୁରୁଣା ଡାକ୍ତରଖାନା ପରିସରରେ ଯୁବ ସମାଜସେବୀ ଅର୍ଣ୍ଣବ ପଣ୍ଡା ୨୬ ଦିନ ହେଲା ଧାରଣାରେ ବସିଛନ୍ତି । ଶନିବାର ୨୬ ଦିନରେ ଧାରଣା ପହଂଚିଥିବା ବେଳେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ଫଳରେ ଶନିବାର ଦିନ ଠାରୁ ମୁହଁରେ କଳା ପଟି ବାନ୍ଧି ଅର୍ଣ୍ଣବ ତାଙ୍କ ଧାରଣା ଜାରି ରଖିଥିବା ଜଣାପଡିଛି ।