ଗଞ୍ଜାମ ଜିଲ୍ଲା ଆସିକା ସହର ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆସିକା ନାଗରିକ କମିଟର ବୈଠକ ଛବିଳରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଆସିକା ସହରର ସାତଟି ମୌଜାର ଅଧିବାସୀମାନେ ଅଧିକୃତ କରି ରହିଥିବା ଗୃହ ଓ ଚାଷ ଜମିର ଘର ବାରି ପଟା ଆଜି ପର୍ଯ୍ୟନ୍ତ ସରକାର ଯୋଗାଇ ଦେଇନଥିବାରୁ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା । ବାରମ୍ବାର ସରକାରଙ୍କୁ ଆସିକା ବାସୀ ଦୃଷ୍ଟି ଆର୍କଷଣ କରି ଆସୁଛନ୍ତି ଏବଂ ରାଜସ୍ବ ଓ ବିପର୍ଯ୍ୟ ପ୍ରଶମନ ପରିଚାଳନା ବିଭାଗ ସର୍ଭେ ଓ ସେଟେଲମେଣ୍ଟ ଓ ସତ୍ତ୍ବାଧିକାର ଦଲିଲ୍ ପ୍ରଦାନ ପାଇଁ ବାରମ୍ବାର ଘୋଷଣା ନାମା କରିଥିଲେ l