ଆଜି ଜାନୁଆରୀ 30 ତାରିଖ ଶୁକ୍ରବାର ପୂର୍ବାହ୍ନ 10:30 ରୁ ଏହି ଶିବିର ଆରମ୍ଭ ହୋଇ ଅପରାହ୍ନ 3:30 ପର୍ଯ୍ୟନ୍ତ ଚାଲିଥିଲା। ତେବେ ଏହି ଶିବିର ଆୟୋଜନ କରିବା ନେଇ ଗତକାଲି ଆଞ୍ଚଳିକ ପରିବହନ ଅଧିକାରୀ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଥଲେ। ଜାତୀୟ ସଡକ ସୁରକ୍ଷା ମାସ ଅବସରରେ ଏହି ଶିବିର କରାଯାଇ ଚକ୍ଷୁ ପରୀକ୍ଷା କରାଯିବା ସହ ତତ୍ କ୍ଷଣାତ ଚଷମା ଦିଆ ଯାଇ ଥିଲା। ତେବେ କେତେକ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଡ଼ାକ୍ତର ଖାନା ର ଚକ୍ଷୁ ବିଭାଗରେ ଅଧିକ ପରୀକ୍ଷା କରିବା ପାଇଁ କୁହାଯାଇଛି। ତେବେ ଆଜିର ଏହି ଶିବିରକୁ ଆନୁଷ୍ଠାନିକ ଭାବେ ସୁନ୍ଦରଗଡ ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀ ମାନେ