ବାମରା ବ୍ଲକ ଅନ୍ତର୍ଗତ ବାବୁଣିକ୍ତିମାଲ ଗ୍ରାମର ଜୟ ନାରାୟଣ ନାଏକ ଗାଁ ନିକଟ ଏକ କୁଆଁ ରେ ବୁଡ଼ି ରହିଥିବା ସୂଚନା ପାଇ ଶୁକ୍ରବାର ମହୁଲପାଲି ପୋଲିସ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଭୀର କୁଆଁ ରୁ ମୃତଦେହ ଉଦ୍ଧାର କରିଥିବା ବେଳେ ତାଙ୍କ ବେକରେ ଗାମୁଛା ସାହାଯ୍ୟରେ ଏକ ବଡ଼ ପଥର ବନ୍ଧା ଯାଇଥିବା ଦେଖାଯାଇଥିଲା। ଅନ୍ୟପଟେ ଜୟନାରାୟଣ ଙ୍କ ବେକରେ ପଥର ବାନ୍ଧି ତାଙ୍କୁ କୁଆଁରେ ଫିଙ୍ଗି ହତ୍ୟା କରାଯାଇଥିବା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି।