କୁଚିଣ୍ଡା ସ୍ଥିତ ଆଦିବାସୀ ଭବନ ଠାରେ କବି ସମ୍ମେଳନ ଅ ଗୁଦଗୁଦା ସାହିତ୍ୟ ସନ୍ସଦ ର ଆଲୋଚନା ଚକ୍ର ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ସନ୍ସଦ ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଆଗାମୀ ନୂତନ ବର୍ଷରେ କବିଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀଙ୍କ ଉପସ୍ଥିତିରେ ନାରୀ ନିର୍ଯାତନା ଏବଂ ଭାରତ ଓ ଆଖ ପାଖ ଦେଶରେ ହେଉଥିବା ସଙ୍ଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଏହା ବିରୁଦ୍ଧରେ ନୂତନ ବର୍ଷରେ କବି ଗଣ ନିଜର ଲେଖନୀ କୁ ତୀକ୍ଷ୍ଣ କରିବାକୁ ଆହ୍ବାନ ଦିଆ ଯାଇଥ