କ୍ଷୀର ଟଙ୍କାକୁ କେନ୍ଦ୍ର କରି ଦୁଇ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳ । ଦେବଗଡ ଥାନା କୁରଡ ଗ୍ରାମରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଶୁକ୍ରବାର ଉଭୟ ପକ୍ଷ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଦୁଇଟି ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଥିବା ନେଇ ରାତି ୧୦ ଟାରେ ପୋଲିସ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ବିରବର ସାହୁଙ୍କ ସ୍ତ୍ରୀ ଶାନ୍ତିଲତା ସାହୁଙ୍କ ଠାରୁ ସେହି ଗ୍ରାମର ସୁଜିତ ନାଏକଙ୍କ ସ୍ତ୍ରୀ ପଦ୍ମିନୀ ସାହୁ କ୍ଷୀର ନେଉଥିଲେ । ବକେୟା ଟଙ୍କା ମାଗିବାରୁ ଗତ ୧୮ ତାରିଖ ଦିନ ପ୍ରାୟ ୧୧ ଟାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।