ଦେବଗଡ ଜିଲ୍ଲା ବାରକୋଟ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ବାର୍ଷୀକ ଉତ୍ସବ ‘ପ୍ରତିଧ୍ୱନି’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ଦେବଗଡ ଆରକ୍ଷୀ ଅଧିକ୍ଷକ ଅନିଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପରାମର୍ଶ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦୁଝର ଡି.ଡି. ୟୁନିଭରସିଟି ଓଡିଆ ବିଭାଗ ଆସିଷ୍ଟାଣ୍ଡ ପ୍ରଫେସର ଡ. ସୁମନ୍ତ୍ରା ନାଏକ ଯୋଗଦେଇ ଛାତ୍ରଛାତ୍ରୀ ଆଭିମୁଖ୍ୟ କଣ ରହିବାର ଆବଶ୍ୟକତା ରହିଛି ସେନେଇ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିଥିଲେ ।