ଅବକାରୀ ବିଭାଗ ପକ୍ଷରୁ ନିଶା ବିରୋଧି ଅଭିଯାନ କ୍ରମରେ ସମ୍ବଲପୁରର ଚାରଭାଟି ଅଞ୍ଚଳରେ ଚଢ଼ଉ କରାଯାଇ ୨ ଜଣ ଯୁବକଙ୍କୁ ନିଶା କଫ ସିରପ ସହିତ ଗିରଫ କରାଯାଇଛି । ଖବର ପାଇ ଅବକାରୀ ଦଳ ଧନୁପାଲି ଥାନାଞ୍ଚଳର ଚାରଭାଟି ଅଞ୍ଚଳରେ ବୁଧବାର ଚଢ଼ଉ କରିଥିଲା । ଚଢ଼ଉ ସମୟରେ ବେଆଇନ ଭାବରେ ନିଶାକଫ ସିରପ ଚାଲାଣ ସମୟରେ ସେହି ଅଞ୍ଚଳର ୨ ଜଣ ଯୁବକ ଶ୍ୟାମ ଓରାମ ଓ କାଲିଆ ଓରାମ ଙ୍କୁ ଧରିଥିଲା । ଉଭୟ ଯୁବକ ଏକ ସ୍କୁଟି ଜରିଆରେ ନିଶାକଫ ସିରଫ ଚାଲାଣ କରୁଥିଲେ । ଧରାପଡିଥିବା ଯୁବକ ଦ୍ୱୟଙ୍କ ନିକଟରୁ ଅବକାରୀ ଦଳ ୧୪୮ଟି ନିଶା କଫ ସିରପ ଏବଂ ଗୋଟିଏ ସ୍କୁଟି ଜବତ କରିଥିଲା । ଏଣୁ ଏକ ମାମଲା ରୁଜୁ କରି