ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ରେ ଜମୁଛି ଧନୁଯାତ୍ରା ମହୋତ୍ସବ l ଆଜି ସନ୍ଧ୍ୟା ୭ ଟା ୩୦ ରୁ ରାତି ୯ ଟା ୩୦ ଯାଏଁ ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ ବନ୍ଧବାହାଲ ରେ ଶତାଧିକ ଲୋକଙ୍କ ହୋଇଥିଲା ସମାଗମ l ଆଜି ଧନୁଯାତ୍ରା ମହୋତ୍ସବରେ କୃଷ୍ଣ ବଳରାମ ଙ୍କ ଲଉଡ଼ି ଖେଳ, ଦହି ଚୋରୀ, ଅଷ୍ଟ ମଲ୍ଲ ବଧ, ଅଷ୍ଟ ମଲ୍ଲ ବଧ ରେ କଂସ ମର୍ମାହତ, ଧନଶ୍ରୀ ଓଷା ର ଆଲୋଚନା, କଂସ ଏବଂ ଜରାସନ୍ଧ ଯୁଦ୍ଧ, ହେତୀ ପ୍ରହେତୀ ସହ କଂସ ର ବିବାହ ଆଦି ପ୍ରଦର୍ଶିତ ହୋଇଛି l ସେହିପରି ମହାରାଜ କଂସ ଙ୍କ ସମ୍ମୁଖରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ଆସାମ ର ବିହୁ ନୃତ୍ୟ ଲୋକଙ୍କ ମନ ମୋହି