ବେଆଇନ ଇଟା ଭାଟି ପୁଣି ଉପରେ ଚାଲିଲା ବୁଲଡୋଜର l ଚିନ୍ତାରେ ଇଟା ଭାଟି ମାଲିକ l ଗଞ୍ଜାମ ଜିଲ୍ଲା ଧରାକୋଟ ତହସିଲ ଅଧିନ ବାହରପୁର ନିକଟସ୍ଥ ବହୁ ବେଆଇନି ଇଟା ଭାଟିରେ ଚାଲିଲା ବୁଲଡୋଜର | ନ୍ୟାୟାଳୟ ଙ୍କ ନିର୍ଦେଶ ମୁତାବକ ବାହରପୁର,କେନ୍ଦୁପଲି,ଓଲମ୍ବା ଗ୍ରାମ ନିକଟରେ ବହୁ ଦିନ ଧରି ଗଢି ଉଠିଥିବା ବେଆଇନ ଇଟାଭାଟି କୁ ଜେସିବି ମେସିନ ଚଳାଇ ପ୍ରଶାସନ ଭାଙ୍ଗିଥିବା ଦେଖିବାକୁ ମିଳିଛି l ଯେଉଁଥିରେ ପ୍ରାୟ ଏକ ଲକ୍ଷ ପାଖାପାଖି ଇଟା ନଷ୍ଟ ହୋଇଥିବା ଜଣାପଡିଛି |