ରାଜଗାଙ୍ଗପୁର: ଝାରବେଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ରେ ଚାପି ହୋଇ ରହିଥିଲେ ଚାଳକ,ଗ୍ୟାସ କଟର ରେ କାଟି ଉଦ୍ଧାର କଲା ଦମକଳ ବାହିନୀ
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଝାରବେଡା କଲେଜ ନିକଟରେ ଆଜି ସକାଳେ ରାୟପୁର ଠାରୁ ରାଉରକେଲା ଯାଉଥିବା ଏକ ସେଓ ବୋଝେଇ ପିକଅପ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡିଥିଲା ଯାହା ଫଳରେ ଗାଡ଼ି ମାଲିକଙ୍କ ପୁଅ ତଥା ଚାଳକ ପ୍ରତାପ ପଟେଲ ଗାଡ଼ି ଭିତରେ ଚାପି ହୋଇ ରହିଥିଲେ। କୁତ୍ରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟର ରେ କାଟି ଚାଳକ କୁ ଉଦ୍ଧାର କରିବା ସହ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି।