ସମ୍ବଲପୁର ପ୍ରେସ୍ କ୍ଲବ୍ ତରଫରୁ ଜାତୀୟ ଗଣମାଧ୍ୟମ ଦିବସ ୨୦୨୫ ପାଳିତ ହୋଇଯାଇଛି। ଏହି ଅବସରରେ ‘ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମର ବିଶ୍ବସନୀୟତାର ସଂରକ୍ଷଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରେସ୍ କ୍ଲବ୍ ସଭାପତି ତ୍ରିବିକ୍ରମ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ତଥା ବକ୍ତାଭାବେ ଯୋଗଦେଇଥିଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ l ବର୍ତ୍ତମାନ ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସ୍ଥିତି ମଧ୍ୟ ପୂର୍ବଭଳି ନାହିଁ। ସବୁକିଛି ସେମାନଙ୍କ ହାତରେ ରହୁ ନାହିଁ। ତେଣୁ ଏ