ଶୁକ୍ରବାର ଠାରୁ ରାଉରକେଲା ରୁ ଭୁବନେଶ୍ବର ବିମାନ ସେବା ଆରମ୍ଭ ହୋଇଛି। ଦୀର୍ଘ ୬ ମାସ ପରେ ଆଜି ଠାରୁ ଭୁବନେଶ୍ବରରୁ ରାଉରକେଲା ଏବଂ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି। ଏହି ବିମାନ ସେବା ରାଉରକେଲାବାସୀଙ୍କ ଆଶା ଏବଂ ଆବଶ୍ୟକତାକୁ କେତେ ଦୂର ପୂରଣ କରିବ ତାହା ସମୟ କହିବ। ଇଣ୍ଡିଆ ଓ୍ବାନ୍ ଏୟାର ପକ୍ଷରୁ ୯ ସିଟ୍ କ୍ଷମତା ବିଶିଷ୍ଟ ବିମାନ ସେବା ଆରମ୍ଭ ହୋଇଛି।ଶୁକ୍ରବାର ଅପରାହ୍ନରେ ବିମାନ ବନ୍ଦର ଠାରେ ପ୍ରତିକ୍ରିୟା ରଖିଛନ୍ତି ଓ୍ବିଗଂ କମାଣ୍ଡର ପିକେ ଗର୍ଗ ।