କୁଚିଣ୍ଡା ୱାର୍ଡ଼ ନମ୍ବର ୫ ବଡ଼ପଡ଼ା ନିବାସୀ ବିଜୟ ଛାତ୍ରୁଆଙ୍କ ପୁଅ ରାଜ ଛତ୍ରିଆ ବୟସ ୧୩ ବର୍ଷ ମଙ୍ଗଳବାର ଦିନ କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଶିଶୁ ଉଦ୍ୟାନ ପରିସରରେ ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇଥିଲେ। ଏନେଇ ସୂଚନା ପାଇ ତାଙ୍କ ପରିବାର ଲୋକ ଶିଶୁଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେଠାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁଚିଣ୍ଡା ପୋଲିସ ଡାକ୍ତରଖାନା କୁ ପହଞ୍ଚି ଶବ ଜବତ କରିଥିବା ବେଳେ ବୁଧବାର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୁଚନା ପ୍ରଦାନ କରାଯାଇଛି।