ଭୂବନେଶ୍ୱର ସ୍କାଉଟ ଭବନ ଠାରେ ଆଜି ଆୟୋଜିତ ଓଡିଶା ରାଜ୍ୟ ଭାରତ ସ୍କାଉଟସ ଏଣ୍ଡ ଗାଇଡସ ‘ଉଡାନ’ରେ ଦେବଗଡ ଜିଲ୍ଲାର ସ୍କାଉଟସ୍ ଏଣ୍ଡ ଗାଇଡସ୍ ଛାତ୍ରଛାତ୍ରୀ ମାନେ ନୃତ୍ୟ ଏବଂ ଫୁଡ ମାର୍କେଟ ମେଳାରେ ଅଂଶଗ୍ରହଣ କରି ଉଲ୍ଲଖନୀୟ ସଫଳତା ହାସଲ କରିବା ସହ ଦେବଗଡ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତିରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଠିଆନାଳ ଉଚ୍ଚ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଘନଶ୍ୟାମ ମହନ୍ତ, ବିଜୟନଗର ବିଦ୍ୟାଳୟର ସ୍କାଉଟ ଛାତ୍ର ତଥା ବରଘାଟ ଉଚ୍ଚ ବିଦ୍ୟାଳୟର ଗାଇଡ କ୍ୟାପଟେନ ଈତିଶ୍ରୀ ପଟା ତଥା ଉକ୍ତ ବିଦ୍ୟାଳୟର ଗାଇଡ ଛାତ୍ରୀ ମାନେ ଏହି ସଫଳତା ହାସଲ କରିଛନ୍ତି