ବାଲିକୁଦା: ନହରଣା ବଜାର ନିକଟରେ ମହିଳାଙ୍କୁ ଗାଳିଗୁଲଜ, ଥାନାରେ ଏତଲା
ଗତକାଲି ସନ୍ଧ୍ୟା ସମୟରେ ଦଶବାଟିଆ ଗ୍ରାମର ରଶ୍ମି ପରିଡା ନହରଣା ବଜାର ନିକଟରେ କିଛି କାମ ପାଇଁ ଯାଇଥିଲେ l ସେ ଦୋକାନ ନିକଟରେ ଠିଆ ହୋଇଥିବା ବେଳେ ଜଣେ ଯୁବକ ହଠାତ ତାଙ୍କ ନିକଟରେ ପହଞ୍ଚି ଗାଳିଗୁଲଜ କରିବା ସହ ତାଙ୍କ ସ୍ୱାମୀଙ୍କୁ ହତ୍ୟା ପାଇଁ ଧମକ ଦେଇଥିଲା l ମହିଳା ଘଟଣା ସମ୍ପର୍କରେ ବନ୍ଦର ମେରାଇନ ପୋଲିସରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଆଜି ଅଭିଯୁକ୍ତକୁ ଡାକି ତଦନ୍ତ ଆରମ୍ଭ କରିଛି l