ଲାଞ୍ଜିଗଡ: ମେଳବାହାଲି ସ୍ଥିତ ମାନପଟା ପଡ଼ା ଗାଁରେ ଜଙ୍ଗଲି ହାତୀ ଉପଦ୍ରବ, ଧାନ ଫସଲ ମାଡି ନଷ୍ଟ କରିବା ଘଟଣା ବନ ବିଭାଗ ତଦନ୍ତ ଜାରି।
କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ ମେଳବାହାଳି ଗାଁ ମାନପଟା ପଡ଼ାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି।ନିକଟସ୍ଥ ସର୍ଗିଗୁଡା ଜଙ୍ଗଲରେ ୫ ଟିକିଆ ହାତୀପଲ ରହିଥିବା ବେଳେ ଗତକାଲି ରାତିରେ ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତର ମେଳବାହାଲି ଗାଁ ମାନପଟା ପଡ଼ାର ହରି ମାଝୀଙ୍କ ୧ଏକରରୁ ଉର୍ଦ୍ଧ୍ବ ଧାନ ଫସଲକୁ ମାଡ଼ି ଚକଟି ନଷ୍ଟ କରି ଦେଇଛି ହାତୀ। ଧାନ କ୍ଷେତକୁ ହାତୀ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବର୍ତ୍ତମାନ ହରି ମାଝୀଙ୍କ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି।ଏହା ର ଖବର ପାଇ ବନବିଭାଗ କ୍ଷୟକ୍ଷତି ଅନୁଧ୍ୟାନ କରି ଥିବା ସୁଚନା