ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ସମ୍ବଲପୁର ଠାରେ ଯୁଗ୍ମ ଶ୍ରମ କମିଶନର ସମ୍ବଲପୁର ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଟାଟା ପାୱାର ଅଧୀନରେ ଠିକା ସଂସ୍ଥା ବୁଦ୍ଧମ ବିଲଡର ରେ କାର୍ଯ୍ୟ କରୁ ଥିବା କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ ଯଦି ସମସ୍ୟା ଗୁଡିକ ର ସମାଧାନ ନହୁଏ ତେବେ ଆସନ୍ତା ତା 16.ତାରିଖରେ ରେ ମହାସଂଘ ପକ୍ଷରୁ ଯୁକ୍ତ ଶ୍ରମ କମିଶନର ସମ୍ବଲପୁର ଙ୍କ କାର୍ଯ୍ୟଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି ,