ଜମନକିରା: ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ସମସ୍ୟା ନେଇ ଧାରଣା ଦେଲେ ଛାତ୍ର ଛାତ୍ରୀ
ଜମନକିରା ବ୍ଲକ ଅନ୍ତର୍ଗତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଭୌତିକ ବିଜ୍ଞାନ ଏବଂ ଗଣିତ ଶିକ୍ଷକ ନ ଥିବାରୁ ପାଠପଢା ରେ ଅବହେଳା ହେଉଥିବା ଅଭିଯୋଗ ନେଇ ଛାତ୍ର ଛାତ୍ରୀ ମାନେ ବୁଧବାର ଦିନ ସ୍କୁଲ ସାମ୍ନା ରେ ଧାରଣା ଦେଇଥିଲେ। ଯୁକ୍ତ ଦୁଇ ଆରମ୍ବ ହେବା ଚାରି ବର୍ଷ ହୋଇଗଲେ ସୁଦ୍ଧା ସ୍କୁଲ ରେ ଆଜି ପର୍ଯ୍ୟନ୍ତ କୌଣସି ଲେବ୍ରୋଟାରି ହୋଇ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ପ୍ରାକ୍ଟିକାଲ ରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ପରେ ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ହୋଇଛି।