କୁଚିଣ୍ଡା ସ୍ଥିତ ନର୍ସିଂ ଓ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଗୁରୁବାର ଦିନ ଅନୁଷ୍ଠିତ ହୋଇ ଥିବା ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ସତ୍ୟବ୍ରତ ଦୋରା, ରମେଶ ପ୍ରଧାନ, ହରେସ ଜୟପୁରିଆ, ଅଧ୍ୟାପିକା ସାଲିନା ପଟେଲ, ତାନସରୀ ଶେଠ୍ ,ସସ୍ମିତା ପଟେଲ ଓ କୁମୁଦିନୀ ପୃଷେଠ ପ୍ରମୁଖ ଯୋଗ ଦେଇଥିଲେ ନବାଗତ ଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।