ସୋମବାର ଜୟପାଟଣା ବ୍ଲକ ଉଚ୍ଛଲା ପଂଚାୟତ ଠାରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି । ଏଥିରେ ବି.ଡି.ଓ ଧର୍ମରାଜ ମାଝୀଙ୍କ ଅନୁପସ୍ଥିତିରେ ବ୍ଳକର ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ପଞ୍ଚାୟତର ହିତାଧୂକାରୀମାନେ ଏହି ଶିବିରରେ ଯୋଗ ଦେଇ ନିଜ ନିଜ ସମସ୍ୟାର ସମାଧାନ ପାଇଁ ଜଣାଇଥିଲେ । କିଛି ସାମୂହିକ ସମସ୍ୟାର ସମାଧାନ ପାଇଁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।