ଝାରସୁଗୁଡା ଜିଲ୍ଲା ଲଖନପୁର ବେହେରାମାଲରେ ବେଆଇନ ମାଟି ଇଟା ଭାଟି ଉପରେ ଚଢ଼ାଉ କଲା ଖଣି ବିଭାଗ l ଝାରସୁଗୁଡା ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଜି ଅପରାହ୍ନ ୩ ଟା ରୁ ୪ ଟା ଯାଏଁ ଜିଲ୍ଲା ଖଣି ଅଧିକାରୀ ଙ୍କ ସହ ଏକ ଟିମ ବେହରାମାଲ ଅଂଚଳ ରେ ଥିବା ବେଆଇନ ମାଟି ଇଟା ଭାଟି ରେ ଚଢାଉ କରିଥିଲେ l ମାଟି ଇଟା ନଗଢିବା ପାଇଁ ନିର୍ଦେଶ ସତ୍ୱେ ନିର୍ଦେଶନାମା କୁ ବେଖାତିର ଇଟା ଗଢି ଥିବାରୁ ଏହାକୁ ଜେସିବି ଲଗାଇ ଧ୍ୱଂସ କରିଛି ଖଣି ବିଭାଗ l