ଦେବଗଡ଼ ଜିଲ୍ଲା ରିଆମାଳ ବ୍ଳକ ତାରଙ୍ଗ ଠାରେ ଆଠପଡ଼ା (କ)ୱାର୍ଡ ପକ୍ଷରୁ ମଙ୍ଗଳବାର କୁରାଳ ପଞ୍ଚମୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ସଭାପତି ତ୍ରିଲୋଚନ ବେହେରା ଓ ସମ୍ପାଦକ ହରେକୃଷ୍ଣ ବେହେରାଙ୍କ ତତ୍ତ୍ଵାବଧାନରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସଞ୍ଜୟ ଶତପଥି ପୁରୋହିତ କାର୍ଯ୍ୟ ସମ୍ପାଦନ କରିଥିଲେ। ମହାପ୍ରଭୁ ବିଷ୍ଣୁ, ରୁଦ୍ରପାଳ ଓ ରତ୍ନେଶ୍ୱରି ଦେବୀ ଙ୍କର ପୂଜା ହୋଇଥିଲା ।