ଟିଟିଲାଗଡ: ଟିଟିଲାଗଡ଼ ବ୍ଲକ ବିନେକେଲା ଠାରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ
ଆଜି ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଟିଟିଲାଗଡ ବ୍ଲକ ବିନେକେଲା ଠାରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଜନସମ୍ପର୍କ ପଦଯାତ୍ରା ଅଭିଯାନ ୨୦୨୫ । ଏଥିରେ ଟିଟିଲାଗଡ଼ର ପୂର୍ବତନ ବିଧାୟିକାଙ୍କ ସହିତ ଦଳର ସମସ୍ତ ସଭ୍ୟସଭ୍ୟା, ସରପଞ୍ଚ ସମେତ ସମସ୍ତ ବରିଷ୍ଠ ନେତୃବୃନ୍ଦ ପଦାଧିକାରୀ ସାମିଲ ହୋଇଥିଲେ । ଏହି ପଦଯାତ୍ରା କାର୍ଯ୍ଯକ୍ରମ ରେ ବିଗତ ନବୀନ ସରକାରଙ୍କ ଜନହିତକର ଯୋଜନା ଓ ଆଜିର ଡବଲ ଇଞ୍ଜିନ ସରକାର ର ବିଫଳତା ଉପରେ ସାଧାରଣ ଜନତାଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ବିଜେଡି ନେତ୍ରୀ ଶ୍ରୀମତି ଟୁକୁନି ସାହୁ