ଭାରତର ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ଦେବଗଡ ଜିଲ୍ଲାରେ ଆସନ୍ତା ୨୨ ତାରିଖ ଏକତା ପଦଯାତ୍ରା ଅନୁଷ୍ଠିତ ହେବ । ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଆଜି ସନ୍ଧ୍ୟା ୭ ଟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୨୨ ତାରିଖ ସକାଳ ୮ ଟାରୁ ଦେବଗଡ ନୂତନ ବସଷ୍ଟାଣ୍ଡ ରୁ ଏକତା ପଦଯାତ୍ରା ବାହାରି ନଗର ପରିକ୍ରମା ସହିତ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ପହଂଚିବ ।