ଗଞ୍ଜାମ ଜିଲ୍ଲା ଆସିକା ଥାନା କଇଁଫୁଲିଆ ବ୍ରିଜ ନିକଟରେ ଗୋଟିଏ ସ୍କୁଟିକୁ ଧକ୍କା ଦେଲା ପିଚୁ ବୋଝେଇ ହାଇୱ୍ବା l ଦୁର୍ଘଟଣା ରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ସେ ମକୁନ୍ଦପୁର ଗ୍ରାମର ୨୨ ବର୍ଷୀୟ ଶିବ ବିଶ୍ଵାଳ ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଶିବ ସ୍କୁଟି ଯୋଗେ ନିଜ ଗ୍ରାମରୁ କଲେଜ ଛକ ଯିବା ସମୟରେ ନୂଆଗାଁ ରୁ ଆସିକା ଅଭିମୁଖେ ଯାଉଥିବା ଏକ ପିଚୁ ବୋଝେଇ ହାଇୱ୍ବା ତାଙ୍କୁ ଧକ୍କା ଦେଇଥିଲା l ଦୁର୍ଘଟଣା ରେ ଯୁବକ ଜଣକ ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ଗୁରୁତର ଙ୍କୁ ଉଦ୍ଧାର କରି ଅଟୋ ସାହାଯ୍ୟରେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ l