ଯାଜପୁର ଟାଉନ ଥାନାରେ ଭିଜିଲାନ୍ସ ରେଡ଼,୫ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ଜଣେ ପୋଲିସ ବାବୁ, ଗିରଫ ଏଏସଆଇ ନନ୍ଦ କିଶ୍ବର ଦାସ l 2015 ମସିହାରେ ଜମି ବାଡି କୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ବିବାଦ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିଲା। ବଡ଼ ବଜାର ଛକର ରସାନନ୍ଦ ସାହୁ ଓ ସାନ ଭାଇ ଦୋଳ ଗୋବିନ୍ଦ ସାହୁ ଙ୍କ ମଧ୍ୟରେ ଜମି ବାଡିକୁ ନେଇ ବିବାଦ ଦେଖା ଦେଇଥିଲା। 10 ବର୍ଷ ପରେ ହାଇକୋର୍ଟ ସାନ ଭାଇ ଦୋଳ ଗୋବିନ୍ଦ ସପକ୍ଷରେ ରାୟ ଦେଇଥିଲେ। ହାଇକୋର୍ଟ ର ରାୟକୁ ନେଇ ସାନ ଭାଇ ଦୋଳ ଗୋବିନ୍ଦ ଉପ ଜିଲ୍ଲାପାଳଙ୍କ ପାଖରେ ସୀମା ନିର୍ଦ୍ଧାରଣ ପାଇଁ ଦରଖାସ୍ତ କରିଥିଲେ।