ଏରସମା: ଏରସମା ବିଦୂତ ବିଭାଗର ଖାମ ଖିଆଲି ଯୋଗୁ ଉପଭୋକ୍ତା ଙ୍କ ଲକ୍ଷାଧିକ ଟଙ୍କାର ବିଦୂତ ସାମଗ୍ରୀ କ୍ଷତି ହୋଇଛି ।
ଏରସମା ମେଡିକାଲ ବଜାର ଅଂଚଳରେ ଛୋଟ ଟ୍ରାନ୍ସଫର୍ମର ଯୋଗୁ ବିଦୂତ ଉପଭୋକ୍ତା ଙ୍କର ଲକ୍ଷାଧିକ ଟଙ୍କାର ବିଦୂତ ସାମଗ୍ରୀ ଯଥା ଫ୍ୟାନ,ଟି ଭି,ଫ୍ରିଜ,ଇନ ଭୋଟର ଇତ୍ୟାଦି ପୋଡି ନଷ୍ଟ ହୋଇଯାଇଛି ।ଏ ସମ୍ପର୍କରେ ବିଭାଗୀୟ କର୍ମଚାରୀ ଙ୍କ ଦୃଷ୍ଟି ଆକର୍ଷଣ କଲେ ବି ଫଳ ମିଳୁ ନ ଥିବା ବେଳେ ଆଜି ଦିନ ବାରଟା ରେ ଅନୁରୂପ ଘଟଣା ଘଟିଛି ।କ୍ଷତିପୂରଣ ସହିତ ସମସ୍ୟା ର ସମାଧାନ ନ ହେଲେ ଉପଭୋକ୍ତା ମାନେ ଧାରଣା ପାଇଁ ଚେତାବନୀ ଦେଇଛନ୍ତି ।