ଆସନ୍ତା 19 ତାରିଖ ସମ୍ବଲପୁର ବନ୍ଦ ପାଈଁ ଘୋଷଣା କରିଛନ୍ତି ସମ୍ବଲପୁର ଜ଼ିଲ୍ଲା କୃଷକ ସଙ୍ଗଠନ l ଏନେଇ ଆଜି କୃଷକ ସଙ୍ଗଠନ ର ପ୍ରମୁଖ କର୍ମକର୍ତ୍ତା ମାନେ ଆଜି ଅପରାହ୍ନ 4 ଟା ସମୟରେ ସମ୍ବଲପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଆଲୋଚନା କରିଥିଲେ l ଏହି ବୈଠକରେ ଜ଼ିଲ୍ଲାପାଳ, ଅତିରିକ୍ତ ଜ଼ିଲ୍ଲାପାଳ ଓ ଉପ ଜ଼ିଲ୍ଲାପାଳଙ୍କ ସହ ଚାଷୀ ମାନେ ବୈଠକ କରିଥିଲେ l ତେବେ ଏହି ବୈଠକରେ କୌଣସି ନିଷ୍ପତି ହୋଇ ପାରିନଥିଲା l ଆସନ୍ତା 19 ତାରିଖ ସମ୍ବଲପୁର ବନ୍ଦ ହେବ ବୋଲି ଚାଷୀ ସଙ୍ଗଠନ ସୂଚନା ଦେଇଛି l