ଧର୍ମଶାଳା: ତାରିଣୀ ଛକ ନିକଟରେ କୋଇଲା ବୋଝେଇ ଗାଡିକୁ ଧକ୍କା ଦେଲା ପାଉଁଶ ବୋଝେଇ ହାଇୱା,ଡ୍ରାଇଭର ମୃତ
ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଶନିବାର ଅପରାହ୍ନ 3 ଘଟିକା ସମୟରେ ଦୁର୍ଘଟଣାରେ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ବଡ଼ଚଣା ମେଡ଼ିକାଲରେ ନିଆ ଯାଇଥିଲା ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ମୃତ ଡ୍ରାଇଭର ଜଣଙ୍କ ଅଣଓଡ଼ିଆ ବୋଲି ଜଣାପଡିଛି।ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ତାରିଣୀ ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।