ଦେବଗଡ: ବଳମ ଖେଳ ପଡିଆରେ ଅନୁଷ୍ଠିତ ରାଜ୍ଯ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ଯୋଗଦେଲେ ବିଧାୟକ
ବାରକୋଟ ବ୍ଳକ ବଳମ ଜାଗୃତି କ୍ଲବ ଦୁର୍ଗାପୂଜା କମିଟୀ ପକ୍ଷରୁ ରୌପ୍ୟ ଜୟନ୍ତୀ ଅବସରରେ ବଳମ ଆଦର୍ଶ ଖେଳ ପଡିଆ ଠାରେ ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ରବିବାର ସନ୍ଧ୍ୟା 6 ଟାରେ ଉଦଯାପିତ ହୋଇଯାଇଛି।ଫାଇନାଲ ମ୍ୟାଚରେ ବଳମ ରାଜାବଗିଚା ନିଖିଳ ଏକାଦଶ ଫୁଟବଲ ଦଳକୁ୨-୦ ଗୋଲରେ ପରାସ୍ତ କରି ସମ୍ବଲପୁର ଖୁଲିଆ ଫୁଟବଲ କ୍ଲବ ଚମ୍ପିୟାନ ହୋଇଛି।ଫାଇନାଲ ମ୍ୟାଚକୁ ରେଫରୀ ଭାବେ ପରେଶ ଭୋଇ, ପରେଶ ପ୍ରଧାନ,ବିଜୟ ଓରାମ,ଦେବାନନ୍ଦ ମିର୍ଦ୍ଧା ଓ ସରୋଜ ଗଡନାୟକ ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଫକୀର ମୋହନ ଦଳବେହେରା ମ୍ୟାଚର ଧାରା ବିବରଣୀ ଦେଇଥିଲେ।