ବରଗଡ: ସୋହେଲା-ବରପାଲି ରାସ୍ତାରେ 6 ଲକ୍ଷ ଟଙ୍କାର କଫ ସିରପ ଜବତ କରାଯାଇଥିବା ନେଇ ଏସପିଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଗଲା
ସୋହେଲା ପୋଲିସ ପକ୍ଷରୁ ୬ ଲକ୍ଷ ଟଙ୍କାର କଫ ସିରପ ଜବତ | ସୋମବାର ସନ୍ଧ୍ୟା 5 ଘଣ୍ଟା ସମୟରେ ସୂଚନା ଦେଲେ ବରଗଡ଼ ଏସପି | ସୋହେଲା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ନିଶା କାରବାର ଉପରେ ପୋଲିସ ପକ୍ଷରୁ କଡ଼ା ଅଭିଯାନ ଚାଲିଥିବା ବେଳେ ଆଜି ସୋହେଲା ପୋଲିସକୁ ଏକ ବଡ଼ ସଫଳତା ହାସଲ କରିଛି । ସୋହେଲା-ବରପାଲି ରାସ୍ତାରେ ଗାଡ଼ି ଯାଞ୍ଚ ସମୟରେ ପୋଲିସ ଦଳ ଗୋଟିଏ ଆର୍ଟିଗା କାରକୁ ଅଟକାଇଥିଲା । ତଦନ୍ତ କରାଯାଉଥିବା ସମୟରେ ସେଥିରୁ ୭୫୦ ବୋତଲ ଏସକଫ ସିରପ ମିଳିଥିଲା । ଜବତ ହୋଇଥିବା ଏହି କଫ ସିରପର ବଜାର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।