ବୀରମିତ୍ରପୁର: ନୂଆଗାଁ ବ୍ଲକର କେତେକ ସ୍ଥାନରେ ରାବଣ ଦହନ କାର୍ଯ୍ୟ ଶେଷ।
ନୂଆଗାଁ ବ୍ଲକର କେତେକ ସ୍ଥାନରେ ରାବଣ ଦହନ କାର୍ଯ୍ୟ ଶେଷ ହୋଇଯାଇଛି।ପୁରୁଣାପାଣି ଟାଉନସିପ କମ୍ୟୁନିଟି ସେଣ୍ଟର ନିକଟ ପଡ଼ିଆରେ ରାବଣ ଦହନ କାର୍ଯ୍ୟକ୍ରମ କରାଯାଇଥିଲା।ରୀତିନୀତି ଅନୁସାରେ ପୂଜା କରାଯାଇଥିଲା।ସୁଧୀର ବଡାଇକ ଅଗ୍ନି ସଂଯୋଗ କରିଥିଲେ।ଏପାଖରେ ବର୍ଷା ହେଉଥିଲେ ମଧ୍ୟ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ସେହିପରି ନୂଆଗାଁ ପଡ଼ିଆରେ ରାବଣ ଦହନ କାର୍ଯ୍ୟ ହୋଇଥିଲା।