ବତେମୁରା ପଞ୍ଚାୟତ ଅନ୍ତର୍ଗତ କିରିତପୁର ଗ୍ରାମର ଜଣେ ଯୁବକ ନିଶା ଔଷଧ ଖାଇ ଗୁରୁତର l ମିଳିଥିବା ସୂଚନା ଅନୁସାରେ ଆଜି ଆଜି ରାତି ପ୍ରାୟ 7 ଟା ସମୟରେ ଜଣେ ଯୁବକ ନିଶା ଔଷଧ ଖାଇ ଗୁରୁତର ହୋଇ ପଡ଼ିଥିଲେ l ପରିବାର ଲୋକେ ତୁରନ୍ତ ତାଙ୍କୁ ସମ୍ବଲପୁର ସଦର ମେଡିକାଲ କୁ ଆଣିଥିଲେ ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି l ସେପଟେ ଉକ୍ତ ଯୁବକ ନିଜେ ଏହି ନିଶା ଔଷଧ ଖାଇଛନ୍ତି ନା ତାଙ୍କୁ କେହି ଖୁଆଇ ଦେଇଛି ତାହା ଜଣାପଡ଼ିନାହିଁ l