କୁଚିଣ୍ଡା: ଟାଇସର ଗ୍ରାମରୁ ବେଆଇନ ମଦ ଜବତ କରିବା ସହ ଜଣକୁ ଗିରଫ କଲା ଅବକାରୀ ବିଭାଗ
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଟାଇସର ଠାରୁ ବେଆଇନ ମଦ ଜବତ କରିବା ସହ ଅବକାରୀ ବିଭାଗ ଜଣକୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଟାଇସର ଗ୍ରାମ କୁ ନିଶାମୁକ୍ତ କରିବା ଦାବି ନେଇ ଗ୍ରାମବାସୀ ମାନେ ଅଣ୍ଟାଭିଡ଼ି ଥିବା ବେଳେ ଗ୍ରାମ ରୁ ନିଶା ବିକ୍ରି ବନ୍ଦ କରିବା ନେଇ ଅବକାରୀ ବିଭାଗ ଓ କୁଚିଣ୍ଡା ଉପ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଥିଲା। ଏହି ଏହି ପରିପ୍ରେକ୍ଷୀରେ ରେ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟା ୬ ଟା ସମୟରେ ଟାଇସର ଠାରେ ଚଢାଉ କରି ପ୍ରାୟ ୪୦ ଲିଟର ହାତ ରନ୍ଧା ମହୁଲି ମଦ ଜବତ କରିବା ସହ ଜଣକୁ ଗିରଫ କରିଥିଲେ।