ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାୟତ୍ରୀ ନଗରରୁ ସୁଜିତ କୁମାର ହାତୀ ଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଅସୁଲ ଘଟଣାରେ ୩ ଅଭିଯୁକ୍ତ ସହ ୨ ନାବାଳକ ଗିରଫ l ଗିରଫ ଅଭିଯୁକ୍ତ ଏବଂ ନାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଆଜି ରାତି ୧୦ ଟା ରେ ସୂଚନା ଦେଇଛନ୍ତି ବ୍ରଜରାଜନଗର SDPO l ସୂଚନା ଅନୁଯାୟୀ, ବ୍ରଜରାଜନଗର ପୌରପରିଷଦରେ ଝାଡ଼ୁଦାର ଭାବରେ କାର୍ଯ୍ୟ କରୁଥିବା ସୁଜିତ ଗତ ୧୧ ତାରିଖ ସନ୍ଧ୍ୟା ୬ଟାରେ ଗାୟତ୍ରୀନଗର ଦେଇ ନିଜ ଘରକୁ ଯାଉଥିବା ସମୟରେ ହଠାତ୍ ୫ ଜଣ ବ୍ୟକ୍ତି ତାଙ୍କ ସମ୍ମୁଖକୁ ଆସି ଚାପଡ଼, ଭୁଜାଲି ଏବଂ ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଫୋନ୍ ପେରୁ ଜୋରଜବରଦସ୍ତ ୨୪୦୦