ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ସମଲେଇପଦର ଅଞ୍ଚଳରେ ବନ୍ଦ ଘରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ
ଧନୁପାଲି ଥାନା ଅନ୍ତର୍ଗତ ସମଲେଇପଦର ଅଞ୍ଚଳରେ ବନ୍ଦ ଘରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଠାବ l ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 6.30 ସମୟରେ ସମଲେଇ ପଦର ଅଞ୍ଚଳରେ ରହୁଥିବା ପ୍ରତାପ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ଘରର କବାଟ ନଖୋଳିବାରୁ ନିଜଟରେ ରହୁଥିବା କିଛି ବ୍ୟକ୍ତିଙ୍କ ସନ୍ଦେହ ହେଇଥିଲା l ତୁରନ୍ତ ଏନେଇ ପୋଲିସ କୁ ଯୋଗାଯୋଗ କରିଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଯାଞ୍ଚ କରାଯାଇଥିଲା l ତେବେ ଘରେ ପ୍ରତାପଙ୍କ ମୃତ ଦେହ ପଡିଥିବାର ଦେଖିବାକୁ ମିଳିଥିଲା l ତେବେ ଏହା ଆତ୍ମହତ୍ୟା ନା ସ୍ୱାଭାବିକ ମୃତ୍ୟୁ ତାହା ସ୍ପଷ୍ଟ ହୋଇନା