ସମ୍ବଲପୁର ଜିଲ୍ଲା ରେଡାଖୋଲ ସ୍ଥିତ ସନ୍ଥକବି ଭୀମ ଭୋଇ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଦେବଗଡ ଜିଲ୍ଲା ବରିଷ୍ଠ ନାଗରିକ ଫୋରମ ସହଯୋଗରେ ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ଫୋରମ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ପ୍ରାୟ 4 ପର୍ଯ୍ୟନ୍ତ ‘ସନ୍ଥ କବି ଭୀମଭୋଇଙ୍କ ସାହିତ୍ୟରେ ମାନବବାଦର ଚେତନା ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସନ୍ଥ କବି ଭୀମ ଭୋଇ ମେମୋରିଆଲ ଟ୍ରଷ୍ଟର ସଭାପତି ବିଜୟ ମହାନ୍ତିଙ୍କ ସଭାପତିତ୍ୱ ଏବଂ ବରିଷ୍ଠ ନାଗରିକ ଫୋରମର ସହ ସମ୍ପାଦକ ଅଶୋକ କୁମାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୂଖ୍ୟ ଅତିଥି ଭାବେ ଦେବଗଡ ଜିଲ୍ଲାପାଳ ଯୋଗ ଦେଇଥିଲେ।