କେନ୍ଦ୍ରାପଡା: ବୁଧବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଙ୍ଗ ।
ବୁଧବାର ସକାଳ ସାଢେ ଆଠଟା ଯାଏଁ କେନ୍ଦ୍ରାପଡ଼ା ଜିଲ୍ଲାକୁ ପାଣିପାଗ ବିଭାଗ ଜାରି କରିଛି ୟେଲୋ ୱାର୍ଣ୍ଣିଙ୍ଗ । ମଙ୍ଗଳବାର ବାର ଅପରାହ୍ନ ଗୋଟାଏ ବେଳେ ପାଣିପାଗ ବିଭାଗ କେନ୍ଦ୍ରାପଡ଼ା ଜିଲା ପାଇଁ ଏଭଳି ସତର୍କ ସୂଚନା ଜାରି କରିଛି । ଏହି ସମୟ ମଧ୍ୟରେ ଜିଲାରେ ଗ୍ରୀଷ୍ମପ୍ରବାହ ଅବ୍ୟାହତ ରହିବ । ତିରିଶିରୁ ଚାଳିଶି କିମି ବେଗରେ ପବନ ବହିବ । କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ।